ପ୍ରତ୍ୟେକ ଜୀବର ମୁଖ୍ୟ ଅଂଶ ହେଉଛି ରକ୍ତ । ଆଉ ମଣିଷ କ୍ଷେତ୍ରରେ ଏହାର ଆବଶ୍ୟକତା ଖୁବ୍ ଅଧିକ । ହେଲେ ରକ୍ତ ଅଭାବ ଯୋଗୁଁ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି । ଅନେକ ରୋଗୀଙ୍କୁ ନିୟମିତ ବ୍ୟବଧାନରେ ରକ୍ତର ଆବଶ୍ୟକତା ରହିଥାଏ । ସିକିଲସେଲ ଆନେମିଆ, ଥାଲାସେମିଆ ଭଳି ରୋଗୀଙ୍କୁ ରକ୍ତ ସବୁବେଳେ ଦରକାର । ପରାଧୀନ ଭାରତକୁ ଇଂରେଜଙ୍କ କବଳରୁ ମୁକ୍ତି ଦେବା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି । ସେହି ବରପୁତ୍ରଙ୍କ ସ୍ମୃତିରେ ରକ୍ତଦାନ ଅଭିଯାନ ହେବ । ରକ୍ତର ଅଭାବ ପୂରଣ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିବ ।