ବର୍ଣ୍ଣବୋଧ ଉତ୍ସବ ସଂପର୍କରେ

ବର୍ଣ୍ଣବୋଧକୁ ଓଡ଼ିଆ ପିଲାଙ୍କ ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଆ ଭାଷା ଶିଖିବା ପାଇଁ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେ ରହିବା ପରି ଲେଖା ମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏହାସହ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ରହିଛି । ବିଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷାର ପ୍ରସାର ଓ ପିଲାଙ୍କ ମଧ୍ୟରେ ଏହାପ୍ରତି ଆଗ୍ରହ ସୃଷ୍ଟି ପାଇଁ ବର୍ଣ୍ଣବୋଧ ଉତ୍ସବ ପାଳନ କରାଯିବ ।

କିପରି ପାଳନ କରିବା

ଏହି ଅବସରରେ ସରକାରଙ୍କ ପକ୍ଷରୁ ବିଛିନ୍ନାଞ୍ଚଳରେ 10 ହଜାର ବର୍ଣ୍ଣବୋଧ ବହି ବଣ୍ଟାଯିବ । ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଲୋକ ପ୍ରତିନିଧିଙ୍କ ସହଯୋଗରେ ପିଲାମାନଙ୍କୁ ବର୍ଣ୍ଣବୋଧ ବହି ବାଣ୍ଟିବେ । ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧ ବହି ବଣ୍ଟାଯିବ । ପ୍ରାଶାସନିକ ଅଧିକାରୀମାନେ ସଂପୃକ୍ତ ଗାଁରେ ପହଞ୍ଚି ଓଡ଼ିଆ ପିଲାଙ୍କୁ ବର୍ଣ୍ଣବୋଧ ବହି ବାଣ୍ଟିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯିବ ।