ପୁସ୍ତକ ମଣିଷର ଚିରସାଥୀ । ଜୀବନରେ ହୁଏତ ଟଙ୍କା ପଇସା ସରିଯାଇପାରେ । ସାଙ୍ଗସାଥୀ, ବନ୍ଧୁ ପରିଜନ ଛାଡ଼ିକି ପଳାଇ ଯାଇପାରନ୍ତି । ହେଲେ ବହିରୁ ପଢ଼ିଥିବା ପାଠ କେବେ ଛାଡ଼ିଯିବ ନାହିଁ । ବହି ପଢ଼ିବା ନେଇ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏ ଅଭିଯାନ ।

ଓଡ଼ିଆ ଭାଷା ହେଉ କି କୋଶଳୀ ଭାଷା ଅବା ଦେଶିଆ ଭାଷାରେ ଲିଖିତ ବହିଟିଏ କିଣିବା । ଏହାକୁ ଅନ୍ୟ ଲୋକଙ୍କୁ ଉପହାର ଦେବା । ଫଳରେ ଲୋକଙ୍କ ମଧ୍ୟରେ ବହି ପଢ଼ିବା ନେଇ ସଚେତନତା ସୃଷ୍ଟି ହେବ । ବହି ପଢ଼ିବା ଅଭ୍ୟାସ ବଢ଼ିବ । ପାରମ୍ପରିକ ମୁଦ୍ରଣ ସଂସ୍ଥା ମଧ୍ୟ ତିଷ୍ଠି ରହିପାରିବେ । ଲେଖକମାନେ ମଧ୍ୟ ଭଲ ଲେଖା ଲେଖିବାକୁ ଆଗ୍ରହ ଦେଖାଇବେ । ଏହାଦ୍ବାରା ଆମ ଭାଷା ସାହିତ୍ୟ ସମୃଦ୍ଧ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ କାର୍ଯ୍ୟକ୍ରମ କରାଯିବ ।