ଆମ ପୋଷାକ ଆମ ପରିଚୟ ସଂପର୍କରେ

ପୋଷାକକୁ ନେଇ ଓଡ଼ିଆଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ପୁରୁଷଙ୍କର ଧୋତି, ଗାମୁଛା ଏବଂ ମହିଳାଙ୍କର ଶାଢ଼ି। ଖୋର୍ଦ୍ଧାର ଗାମୁଛା, ବୋମକାଇ ପାଟ । କୋଟପାଡ଼ର ପାଟ, ସମ୍ବଲପୁରର ସମ୍ବଲପୁରୀ ଶାଢ଼ି ଓ ପାଟ ଶାଢ଼ିର ସ୍ବତନ୍ତ୍ର ସ୍ଥାନ ରହିଛି । ସେହିପରି ମାଣିଆବନ୍ଧ ଶାଢ଼ି ବି ନିଜର ପରିଚୟ ବଜାୟ ରଖିଛି । ସେହିପରି ଓଡ଼ିଶାର ଆଦିବାସୀମାନେ ମଧ୍ୟ ନିଜ ନିଜର ସ୍ବତନ୍ତ୍ର ବେଶଭୂଷା ରଖନ୍ତି । ରଜ ସଂକ୍ରାନ୍ତି, ପ୍ରଥମାଷ୍ଟମୀ, ନୂଆଁଖାଇ, ଦଶହରା ସମୟରେ ଓଡ଼ିଆ ପରିବାରରେ ଏହିସବୁ ପାରମ୍ପରିକ ପୋଷାକ ପିନ୍ଧା ଯାଇଥାଏ ।

କିପରି ପାଳନ କରିବା

ଏହି ଦିବସରେ ଆମର ପାରମ୍ପରିକ ପୋଷାକ ପିନ୍ଧିବା । ଫଳରେ ଏସବୁ ପାରମ୍ପରିକ ପୋଷାକ ଶିଳ୍ପର ପୁନର୍ଜୀବୀତ ହୋଇପାରିବ । ଓଡ଼ିଆଙ୍କ ମଧ୍ୟରେ ନିଜର ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ବଢ଼ିଲେ, ଚାହିଦା ବଢ଼ିବ ଓ ବଜାର ବଢ଼ିବ । ବଜାର ବଢ଼ିଲେ ବୁଣାକାରମାନେ ରୋଜଗାର ପାଇବେ । ସରକାରଙ୍କ ପକ୍ଷରୁ ପରମ୍ପରିକ ପୋଷାକ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷରେ ବା ଓଡ଼ିଶା ଦିବସଠାରୁ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବୟନିକା ଓ ଅମ୍ଳାନ ଷ୍ଟୋରଗୁଡ଼ିକରେ ବିଶେଷ ରିହାତିର ବ୍ୟବସ୍ଥା ରହିଛି । ଆଉ ଏହାକୁ ପାଳିବା ଭିତରେ ନିଜ ସ୍ବାଭିମାନକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି ।