ଐତିହ୍ୟ ଗଣଦୌଡ଼ ସଂପର୍କରେ

ଓଡ଼ିଶା ତାହାର କୀର୍ତ୍ତିରାଜି ଓ ଐତିହ୍ୟ ପାଇଁ ପରିଚିତ । କୋଣାର୍କର ସୂର୍ଯ୍ୟ ମନ୍ଦିର ହେଉ କି ପୁରୀର ଶ୍ରୀମନ୍ଦିର ଅବା ଭୁବନେଶ୍ୱର ର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର । ଏସବୁ ଐତିହ୍ୟସ୍ଥଳୀ ଓଡ଼ିଶାକୁ ପରିଚୟ ଦେଇଛି । ତା ଛଡ଼ା ଗାଁ ଗହଳିରେ ବି ଅନେକ ଛୋଟବଡ଼ ଐତିହ୍ୟସ୍ଥଳୀ ରହିଛି। ଶହ ଶହ ବର୍ଷ ପୁରୁଣା ଦୁର୍ଗ, କୋଠାବାଡ଼ି ରହିଛି । ଏସବୁକୁ ସୁରକ୍ଷା ଦେଇ ସଂରକ୍ଷିତ ରଖିପାରିଲେ ଆମ ପରପିଢ଼ି ଓଡ଼ିଆଙ୍କ ଶିଳ୍ପ କଳା ଓ କାରୁକାର୍ଯ୍ୟକୁ ଜାଣିପାରିବେ । ଏଣୁ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓ ଐତିହ୍ୟସ୍ଥଳୀ ଗୁଡ଼ିକର ସୁରକ୍ଷା, ପ୍ରଚାର ପ୍ରସାର ପାଇଁ ଗଣଦୌଡ଼ କରାଯିବ ।

କିପରି ପାଳନ କରିବା

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଗଣଦୌଡ଼ ଆୟୋଜନ କରାଯିବ । ଆଗାମୀ ବର୍ଷରେ ଏହାକୁ ଆହୁରି ବ୍ୟାପକ କରାଯିବ । ଜିଲ୍ଲାସ୍ତରରେ ଓ ଐତିହ୍ୟସ୍ଥଳୀ ନିକଟରେ ଏହି ଗଣଦୌଡ଼ କରାଯିବାକୁ ଯୋଜନା ହୋଇଛି ।

ସେଲ୍ଫି ଗ୍ୟାଲେରୀ