ଖଡ଼ିଛୁଆଁ ଓଡ଼ିଶାରେ ପ୍ରଚଳିତ ଏକ ବିଧି ଓ ପରମ୍ପରା । ଶିଶୁମାନେ ବୋଧ ପାଇବା ପରେ ଖଡ଼ି ଧରି ଲେଖିବା ବା ବିଦ୍ୟାରମ୍ଭ କରିଥାନ୍ତି । ଓଡ଼ିଆ ଘରମାନଙ୍କରେ ଏହାକୁ ଏକ ଉତ୍ସବ ଭାବେ ପାଳନ କରାଯାଏ । ସାଧାରଣତଃ ଗଣେଶ ପୂଜା ଓ ସରସ୍ବତୀ ପୂଜାରେ ଖଡ଼ିଛୁଆଁ କରାଯାଇଥାଏ । ଆହୁରି ମଧ୍ୟ ଓଡ଼ିଆ ପାଞ୍ଜିରେ ଶୁଭମୁହୂର୍ତ୍ତ ଦେଖି ଅନେକ ପରିବାର ଖଡ଼ି ଛୁଆଁ ପାଳନ କରିଥାନ୍ତି ।