ଓଡ଼ିଆରେ ନାମ ଫଳକ ଅଭିଯାନ ସଂପର୍କରେ

ଓଡ଼ିଆ ଆମ ଭାଷା। ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷାକୁ ନେଇ ଆମ ପରିଚୟ । ହେଲେ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ ଲାଗିଥିବା ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ । ତେବେ ଆମ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା ରାଜ୍ୟରେ ଏନେଇ ଅଭିଯାନ ହେବ ।

କିପରି ପାଳନ କରିବା

ଦୋକାନ, ଶିଳ୍ପ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ବା ଆମ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିବା କୌଣସି ସଂସ୍ଥା ନିଜର ନାମଫଳକକୁ ଓଢ଼ିଆରେ ଲେଖିବେ । ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରଶାସନ ପକ୍ଷରୁ ଏନେଇ ସଂସ୍ଥାର ମାଲିକ ବା କର୍ତ୍ତୃପକ୍ଷଙ୍କୁ ସଚେତନ କରାଯିବ । ଓଡ଼ିଆରେ ନାମଫଳକ ଲେଖିବା ପାଇଁ କୁହାଯିବ । ଗୁରୁତ୍ବପୂର୍ଣ୍ଣ ବଜାରରେ ପଦଯାତ୍ରା ମାଧ୍ୟମରେ ସେମାନଙ୍କୁ ସଚେତନ କରାଯିବ ।

ସେଲ୍ଫି ଗ୍ୟାଲେରୀ