ବରପୁତ୍ରମାନଙ୍କ ଉପରେ ଆଲୋଚନା ସଂପର୍କରେ

ଶ୍ରେଷ୍ଠ ଓଡ଼ିଆକୁ ବରପୁତ୍ର କୁହାଯାଉଛି । ସେ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଶା ଦେଖାଇଥିବା ବ୍ୟକ୍ତିବିଶେଷ ହୁଅନ୍ତୁ କି ସ୍ବତନ୍ତ୍ର ଓଢ଼ିଶା ଗଠନର ନେତୃତ୍ବ ନେଇଥିବା ବ୍ୟକ୍ତିବିଶେଷ ଅବା ବିପତ୍ତିବେଳେ ମହାନ କାର୍ଯ୍ୟ କରି ଓଡ଼ିଆଙ୍କ ତ୍ରାଣକର୍ତ୍ତା ସାଜିଥିବା ବ୍ୟକ୍ତି ହୁଅନ୍ତୁ, ଏମାନଙ୍କୁ ବରପତ୍ର ଆଖ୍ୟା ଦିଆଯାଇଛି । ଉତ୍କଳ ଗୌରବ ମଧୁସୂଦନ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭଳି ଅନେକ ବରପୁତ୍ର ଆମ ରାଜ୍ୟରେ ଜନ୍ମ ନେଇଛନ୍ତି । ସେମାନଙ୍କ କୀର୍ତ୍ତି ସଂପର୍କରେ ଆଲୋଚନା କରାଯିବ ।

କିପରି ପାଳନ କରିବା

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ । ରାଜଧାନୀ ଭୁବନେଶ୍ବରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନାଚକ୍ର ଆୟୋଜନ ହେବ । ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ । ସେମାନଙ୍କ ମଧ୍ୟରେ ଏହି ଆଲୋଚନାଚକ୍ର କରାଯିବ ।