ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ସଂପର୍କରେ

ଖାଦ୍ୟ ପରମ୍ପରା ହେଉଛି ଓଡ଼ିଆ ସଂସ୍କୃତିର ଅଂଶ । ଓଡ଼ିଆଙ୍କ ଘରେ କୌଣସି ପର୍ବ ପର୍ବାଣୀ ହେଲେ ଖାଦ୍ୟକୁ ପ୍ରାଧାନ୍ୟ ଦିଆଯାଇଥାଏ । ଭିନ୍ନ ଭିନ୍ନ ରୁଚି ରଖିଥିବାରୁ ଖାଦ୍ୟକୁ ନେଇ ମଧ୍ୟ ଓଡ଼ିଆ ଘରେ ପର୍ବ ପାଳନ ହୁଏ । ଦ୍ବିତୀୟା ଘାଣ୍ଟ ଏହା ଭିତରୁ ଅ୍ୟତମ । ସେହିପରି ରଜ, ପ୍ରଥମାଷ୍ଟମୀ, ଦୁର୍ଗା ପୂଜା, ଚିତାଲାଗି ଅମାବାସ୍ୟା, ବକୁଳ ଅମାବାସ୍ୟା ଭଳି ପର୍ବରେ ଭିନ୍ନ ଭିନ୍ନ ରକମର ଖାଦ୍ୟ ତିଆରି ହୋଇଥାଏ । ଚିତଉ ପିଠାଠୁ ଆରମ୍ଭ କରି ସରସତିଆ ପର୍ଯ୍ୟନ୍ତ, ଘାଣ୍ଟଠୁ କାକରା ଯାଏଁ । ଏହି ପରମ୍ପରାକୁ ବଜାୟ ରଖିବା ଓ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ‘ଆମ ରୁଚି, ଆମ ଖାଦ୍ୟ’ ଦିବସ କରାଯିବ ।

କିପରି ପାଳନ କରିବା

ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହଯୋଗରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ଅଭିଯାନ କରାଯିବ । ମହିଳା ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏସବୁ ପାଳନ ହେବ । ଓଡ଼ିଆ ପରିବାରରେ ମଧ୍ୟ ନିଜର ପାରମ୍ପରିକ ଖାଦ୍ୟ ସେହିଦିନ ଖାଇବେ । ପାରମ୍ପରିକ ଖାଦ୍ୟ ମଧ୍ୟ ନିଜ ଘରେ ପ୍ରସ୍ତୁତ କରି ଖାଇପାରିବେ ।