ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ #ଓଡ଼ିଶାଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରର ସହ "ଓଡ଼ିଆ ପକ୍ଷ' ପାଳନ କରାଯିବ। ଏହା ହେବ ଆମ ମହାନ ଓଡ଼ିଆ ଅସ୍ମିତା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତର ଉତ୍ସବ। ଆସନ୍ତୁ ମନ, ପ୍ରାଣ ତଥା ହୃଦୟରୁ ଓଡ଼ିଆ ହେବା। ସ୍ୱାଭିମାନୀ ଓଡ଼ିଆ ଭାବେ ସମସ୍ତେ ଏକ ହୋଇ ଏହି ଉତ୍ସବରେ ସାମିଲ ହେବା। ଜୟ ଜଗନ୍ନାଥ
ଶ୍ରୀଯୁକ୍ତ ମୋହନ ଚରଣ ମାଝୀ
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର
ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ, ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ମହା ଆଡ଼ମ୍ବରର ସହ "ଓଡ଼ିଆ ପକ୍ଷ" ପାଳନ କରାଯିବ। ଜଣେ ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ଆମ ମନ,ପ୍ରାଣ,ହୃଦୟରେ ଓଡ଼ିଆତ୍ବକୁ ବହନ କରିବା । ବନ୍ଦେ ଉତ୍କଳ ଜନନୀ
ଶ୍ରୀମତୀ ପ୍ରଭାତୀ ପରିଡ଼ା
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର
ଓଡ଼ିଶା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଓଡ଼ିଆ ସ୍ୱାଭିମାନର ନବଜାଗରଣ ପାଇଁ ଆଜିଠୁ ଓଡ଼ିଆ ନୂଆ ବର୍ଷ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ । ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆଗ୍ରହକ୍ରମେ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ, ପୋଷାକ-ପରିଧାନ, ଚାଲି-ଚଳଣି ଓ ଖାଦ୍ୟ ପାନୀୟ ଉପରେ ଆଧାରିତ ଅନେକ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଏଥିରେ ସାମିଲ ଅଛି । ଆସନ୍ତୁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଓଡ଼ିଶାକୁ ଏବଂ ଓଡ଼ିଶାର ପ୍ରତିଟି ଉପାଦାନକୁ ବିଶ୍ୱ ବିଦିତ କରିବାରେ ନିଜର ଯୋଗଦାନ ରଖିବା । ଜୟ ଜଗନ୍ନାଥ
ସୂର୍ଯ୍ୟବଂଶୀ ସୂରଜ
ମାନ୍ୟବର ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର

ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆପକ୍ଷ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡମ୍ବରରେ "ଓଡ଼ିଆପକ୍ଷ" ପାଳନ କରାଯିବ। ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ବ୍ଲକ ସ୍ତରରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯିବ। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ, ଆମ ଓଡ଼ିଆ ପରିଚୟ ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଓଡ଼ିଆପକ୍ଷକୁ ରାଜ୍ୟରେ ପାଳନ କରାଯିବ"

logo

ଭିଡ଼ିଓ ବାର୍ତ୍ତା